କାଗଜ କଲମେ ପ୍ରସ୍ଫୁଟିତ ହୁଏ
କବି ମନ ଗହନର କଥା
ତାର ଲେଖନୀର ତୀକ୍ଷ୍ଣ ମୁନରେ
ସୋଭାନୀୟ ହୁଏ ଦରଦୀ
ମନର ବ୍ୟଥା ।।
କଳ୍ପନା ତୂଳୀରେ ଶବ୍ଦ ଚାତୁରୀରେ
ଗୁନ୍ଥି ଦିଏ ଗଳ୍ପ ପ୍ରବନ୍ଧ ଗୀତ
କବିତ୍ଵ ନଜରେ କଲମ ମୁନରେ
ସଂସାରକୁ କରେ ମହକିତ ।।
ଲୋଡ଼େ ନାହିଁ ସିଏ ଲେଖକ ସମ୍ମାନ
ମାନପତ୍ର କିବା ଉଚ୍ଚ ଉପାଧି
ନିଜ ଲେଖନୀର କଲମ ତୂଳୀରେ
କରେ ଭାଷା ସାହିତ୍ୟର ପ୍ରଗତି ।।
ସଭିଙ୍କ ଦୃଷ୍ଟିରେ ଯାହା
ଅଟେ ସାଧାରଣ
କବିର କଳ୍ପନା ରାଇଜେ
ତାହା ହୋଇ ଉଠେ ମହାନ୍ ।।
ନିଜ ମାତୃଭାଷା ସାହିତ୍ୟ
ସମୃଦ୍ଧି କ୍ଷେତ୍ରରେ
ନିଜକୁ ସମର୍ପି ଦେଇ
ଦିନ ରାତି ନିଜକୁ ବ୍ୟସ୍ତ ରଖିଛି
ଭାଷାର ଉନ୍ନତି ପାଇଁ ।।
ମନସ୍ଵିନୀ ମିଶ୍ର
ରାଜକନିକା , କେନ୍ଦ୍ରାପଡ଼ା


0 Comments